ଓଡ଼ିଶାଲାଇଭ୍ ବ୍ୟୁର

 

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ନୂତନ କୁଳପତି ଭାବେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ତଥା ଏକାଡେମିକ ଆଡମିନିଷ୍ଟ୍ରେଟର ଡକ୍ଟର ପ୍ରେମାନନ୍ଦ ପ୍ରକାଶ ମାଥୁର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣାରେ ତାଙ୍କର ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ରହିଛି। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ପିଏଚ୍‌ଡି ଲାଭ କରିଛନ୍ତି। ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ଯୋଗଦେବା ପୂର୍ବରୁ ଡକ୍ଟର ମାଥୁର ପଣ୍ଡିଚେରି ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ୍ ବାୟୋ କେମିଷ୍ଟ୍ରି ଆଣ୍ଡ ମଲେକ୍ୟୁଲାର ବାୟୋଲୋଜିର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ତଥା ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଡିନ୍ ରୂପେ ଅବସ୍ଥାପିତ ଥିଲେ।

୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଡକ୍ଟର ମାଥୁର ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ନ୍ୟାଶନାଲ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସେସ (ଭାରତ), ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସ ଏବଂ ଇଣ୍ଡିଆନ ସାଇନ୍ସ କଂଗ୍ରେସ ଆସୋସିଏଶନର ସଦସ୍ୟ ଅଛନ୍ତି।

ସେଣ୍ଟର ଫର ରିପ୍ରଡକ୍ଟିଭ ମେଡିସିନ୍ସ, ଗ୍ଲିକମ୍ୟାନ ୟୁରୋଲଜିକାଲ ଆଣ୍ଡ କିଡ୍‌ନି ଇନଷ୍ଟିଚ୍ୟୁଟ୍‌, କ୍ଲିଭଲ୍ୟାଣ୍ଡ, ୟୁଏସ୍‌ଏ ଭଳି ବହୁ ପ୍ରତିଷ୍ଠିତ ଅନୁଷ୍ଠାନରେ ସେ ଭିଜିଟିଂ ପ୍ରଫେସର ରୂପେ ଯୋଗ ଦେଇଛନ୍ତି। ସେହିପରି ୟୁଏସ୍‌ଏର ନ୍ୟୁୟର୍କସ୍ଥିତ ରକଫେଲେର ୟୁନିର୍ଭସିଟିଠାରେ ବାୟୋମେଡିକାଲ ରିସର୍ଚ୍ଚ ପାଇଁ ରକ୍‌ଫେଲେର ଫାଉଣ୍ଡେଶନ ସ୍ପେଶିଆଲ ପୋଷ୍ଟ ଡକ୍ଟରାଲ ଫେଲୋଶିପ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here