ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବାଲେଶ୍ୱର ରାଜନୀତିରେ ଦେଖିବାକୁ ମିଳିଛି ହଟଚମଟ। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବେନି ଘୋଷଣା କରିଛନ୍ତି।

ସେ ପ୍ରାର୍ଥୀ ହେବାକୁ ଆଶାୟୀ ନାହାନ୍ତି। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନେଇ ହିଁ ଦଳ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ଏଥିସହିତ ସେ ବିଜେଡି ଛାଡ଼ିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।ବାଲେଶ୍ୱର ଉପ-ନିର୍ବାଚନରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଏହି କଥାକୁ ନେଇ ଦୁଇ ନେତାଙ୍କ ସମର୍ଥକଙ୍କ ଭିତରେ କଥା କଟାକଟି ହୋଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ହେଲେ ରବୀନ୍ଦ୍ର ଜେନା ପ୍ରାର୍ଥୀତ୍ୱ ପାଇଁ ଆଶାୟୀ ନଥିବା ସ୍ପଷ୍ଟ କରିବା ସହ ତାଙ୍କୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଅନ୍ୟପଟେ ବାଲେଶ୍ୱର ଉପ-ନିର୍ବାଚନ ଟିକେଟ୍ ଦୌଡ଼ରେ ସାମିଲ ହୋଇଛନ୍ତି ଆଉ ଜଣେ ନେତା। ଦଳର ବରିଷ୍ଠ ନେତା ଅରୁଣ ଦେଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଏବେ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମଧ୍ୟ ଦଳ ନିର୍ବାଚନରେ ପ୍ରାର୍ଥୀ କରି ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜନୀତି ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here