ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୨୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୮୫ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୭୫୨ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡ଼ାରୁ ୨୦୫, ଯାଜପୁରରୁ ୨୦୧ ଜଗତସିଂହପୁରରୁ ୧୭୩, (ଷ୍ଟେଟପୁଲ ୧୬୯), ବାଲେଶ୍ୱରରୁ ୧୬୧, କେନ୍ଦ୍ରାପଡ଼ାରୁ ୧୪୮, ମୟୂରଭଞ୍ଜରୁ ୧୩୯, ଭଦ୍ରକରୁ ୧୩୬, ସୁବର୍ଣ୍ଣପୁରରୁ ୧୩୧, ବରଗଡ଼, ୧୨୧, ନୂଆପଡ଼ାରୁ ୧୧୫, ସମ୍ବଲପୁରରୁ ୧୧୧, ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୧, କୋରାପୁଟରୁ ୮୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଗଞ୍ଜମାରୁ ୭୧, ଢେଙ୍କାନାଳ ଓ ନବରଙ୍ଗପୁରରୁ ୭୦ ଲେଖାଏଁ, ବଲାଙ୍ଗିରରୁ ୬୭, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, ରାୟଗଡ଼ାରୁ ୫୧, ନୟାଗଡ଼ରୁ ୫୦, ମାଲକାନଗିରିରୁ ୪୪, ବୈାଦ୍ଧରୁ ୪୩, ଗଜପତି ଓ କେନ୍ଦୁଝରରୁ ୪୨ ଜଣ ଲେଖାଏଁ, ଦେବଗଡ଼ରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି।

ଏଯାବତ୍‌ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ , ୯୨, ୫୪୮କୁ ବୃଦ୍ଧି ଘଟିଛି। ଏଥିରୁ  ୧, ୫୩, ୨୧୩ ଜଣ ସୁସ୍ଥ ହୋଇଥିଲା ବେଳେ ୩୮, ୫୪୬ ଆକ୍ଟିଭ କେସ୍‌ ରହିଛି।

Comment