ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦୭ ଟି-୨୦ ବିଶ୍ୱକପ୍ ବିଜୟକୁ ପୁରିଲା ୧୩ ବର୍ଷ। ଆଜିର ଦିନରେ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ କରି ବିଶ୍ୱକପ୍ ଟ୍ରଫି ତୋଳି ଧରିଥିଲେ। ଅଧିନାୟକ ଭାବେ ମାହିଙ୍କର ଏହା ଥିଲା ପ୍ରଥମ ସଫଳତା। ଅନ୍ୟପଟେ କପିଳ ଦେବଙ୍କ ପରେ ଭାରତ ଦ୍ୱିତୀୟ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା।୨୦୦୭ ମସିହା ସେପ୍ଟେମ୍ବର ୨୪ ତାରିଖ, ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ଆଇସିସି ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଏକ ଯୁବ ଟିମ୍ ପ୍ରଥମ କରି ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ମୋଟ ୧୫୭ ରନ୍ କରିପାରିଥିଲା।

ଏହାପରେ ପାକିସ୍ତାନ ମଧ୍ୟ ମିସବା ଉଲ୍ ହକଙ୍କ ଦମଦାର ଇଂନିସ ବଳରେ ବିଜୟର ନିକଟବର୍ତ୍ତୀ ହୋଇଥିଲା। ହେଲେ ଶେଷ ଓଭରରେ ଯୋଗୀନ୍ଦର ଶର୍ମା ଶେଷ ୱିକେଟ୍ ନେବା ସହ ଭାରତ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା। ଏହି ଘଟଣାକୁ ଆଜି ୧୩ ବର୍ଷ ପୁରିଛି। ବିସିଆଇ ମଧ୍ୟ ନିଜେ ଟୁଇଟରରେ ଏହି ଘଟଣାକୁ ମନେ ପକାଇଛି।

ଏହାପରେ ଅଧିନାୟକ ଭାବେ ଭାରତୀୟ ଟିମରେ ଉତ୍ଥାନ ଘଟିଥିଲା ମାହିଙ୍କର। ପରେ ପରେ ଧୋନୀଙ୍କ ନେତୃତ୍ୱରେ ଦଳ ୨୦୧୧ ବିଶ୍ୱକପ୍ ଓ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା।

Comment