ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୮୨୩ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୫୬୭, ପୁରୀରୁ ୨୦୩, ଜଗତସିଂହପୁର ୧୯୩, ଝାରସୁଗୁଡ଼ାରୁ ୧୭୪, (ଷ୍ଟେଟପୁଲ ୧୬୪), ବାଲେଶ୍ୱରରୁ ୧୬୨, ଅନୁଗୁଳରୁ ୧୫୫, ଯାଜପୁରରୁ  ୧୮୧, ନବରଙ୍ଗପୁର ଓ କନ୍ଧମାଳରୁ ୧୪୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୧୩୮, ସମ୍ବଲପୁରରୁ ୧୩୦, ସୁବର୍ଣ୍ଣପୁରରୁ ୧୨୯, ମୟୂରଭଞ୍ଜରୁ ୧୨୭, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫, ଗଞ୍ଜାମରୁ କେନ୍ଦୁଝରରୁ ୯୦ ଜଣ ଲେଖାଏଁ, ନୟାଗଡ଼ରୁ ୮୪, କୋରାପୁଟରୁ ୭୭, ବୌଦ୍ଧରୁ ୬୭, ରାୟଗଡ଼ାରୁ ୬୨, କଳାହାଣ୍ଡିରୁ ୫୮, ଢେଙ୍କାନାଳରୁ ୫୬, ବଲାଙ୍ଗିରରୁ ୫୩, ମାଲକାନଗିରିରୁ ୩୪, ଦେବଗଡ଼ରୁ ୨୨, ଗଜପତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ଘଟିଛି। କରୋନାରୁ ୧, ୫୭, ୨୬୫ ଜଣ ସୁସ୍ଥ ହୋଇଥିଲା ବେଳେ ୩୮, ୮୧୮ ଆକ୍ଟିଭ କେସ୍‌ ରହିଛି।

Comment