ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିଲା ବେଳେ ୧୮୨୭ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୪୦୯, (ଷ୍ଟେଟପୁଲ ୩୨୬), ଅନୁଗୁଳରୁ ୧୯୭,  ବାଲେଶ୍ୱରରୁ ୧,୯୪, ନୂଆପଡ଼ାରୁ ୧୭୩, ଜଗତସିଂ୪ହପୁରରୁ ୧୭୧, ପୁ୨ରୀରୁ ୧୬୮, ମୟୂରଭଞ୍ଜ୧ରୁ ୧୫୩, ଯାଜପୁରରୁ ୧୩୬, ଭଦ୍ରକରୁ ୧୨୪, ରାଜଗଡ଼ାରୁ ୧୨୧ ଝାରସୁଗଡ଼ାରୁ ୧୨୦ , କେନ୍ଦ୍ରାପଡ଼ାରୁ ୧୧୯, ବରଗଡ଼ରୁ ୧୦୬, ସୁନ୍ଦରଗଡ଼ରୁ ୧୦୧, କନ୍ଧମାଳରୁ ୮୪, କୋରାପୁଟରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୮୧, ବଲାଙ୍ଗିରରୁ ୭୬, କଳାହାଣ୍ଡିରୁ ୭୧, ଗଞ୍ଜାମରୁ ୬୨, ନବରଙ୍ଗପୁରରୁ ୫୮, କେନ୍ଦୁଝରରୁ ୫୫, ନୟାଗଡ଼ରୁ ୫୧, ବୌଦ୍ଧରୁ ୪୯, ମାଲକାନଗିରିରୁ ୨୮, ଗଜପତିରୁ ୨୦, ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟ ୧,୬୫,୪୩୨ ସୁସ୍ଥ ହୋଇଥିଲା ବେଳେ ଏବେ ସୁଦ୍ଧା ୩୯,୧୮୪ ଆକ୍ଟିଭ କେସ୍ ରହିଛି।

Comment