ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୨୫୫ ଲୋକାଲ କେସ୍ ରହିଛି।
ୟନିଟ୍ ୭ରୁ ୧୭, ଶୈଳଶ୍ରୀ ବିହାରରୁ ୧୨, ସହିଦ ନଗରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 27th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/fG61Acs9eh— BMC (@bmcbbsr) September 27, 2020
ସେହିପରି ବରମୁଣ୍ଡା, ନୟାପଲ୍ଲୀରୁ ୯, ପଟିଆ ଓ ୟୁନିଟ-୨ରୁ ୮ ଜଣ ଲେଖାଏଁ, ଝାରପଡ଼ା ଓ ଆଇଆରସି ଭିଲେଜରୁ ୬ ଜଣ ଲେଖାଏଁ, ଚକେଇସିଆଣିରୁ ୫, ରସୁଲଗଡ଼, ୟୁନିଟ-୩, ଓଲ୍ଡ ଷ୍ଟେସନ ବଜାରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଆଜି ଭୁବନେଶ୍ୱରରୁ ୩୧୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଯାବତ୍ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦, ୮୫୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୭, ୧୭୦ ଜଣ ସୁସ୍ଥ ହୋଇଥିଲା ବେଳେ ୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଯାଏଁ ୩୫୭୬ ଆକ୍ଟିଭ୍ କେସ୍ ରହିଛି।


















