ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୯୭ରେ ପହଞ୍ଚିଛି।
ଆଜି କଟକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିଲା ବେଳେ ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି। ସେହିପରି ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଖୋର୍ଦ୍ଧାର ୩ ମୃତକଙ୍କ ମଧ୍ୟରେ ୪୨ ଓ ୫୮ ବର୍ଷୀୟ ପୁରୁଷ ଥିଲା ବେଳେ ଜଣେ ୬୭ ବର୍ଷୀୟା ମହିଳା ଅଛନ୍ତି। କଟକର ମୃତକଙ୍କ ମଧ୍ୟରେ ୫୬, ୪୨ ବର୍ଷୀୟ ପୁରୁଷ ଥିଲା ବେଳେ ଜଣେ ୪୫ ବର୍ଷୀୟା ମହିଳା ଅଛନ୍ତି।
ଯାଜପୁରର ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟା ମହିଳା କେନ୍ଦ୍ରପଡ଼ାର ଜଣେ ୫୨ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷୀୟା ମହିଳା ଅଛନ୍ତି।
ସେହିପରି ବଲାଙ୍ଗିରର ୬୦, ଗଜପତର ୬୩, ଢେଙ୍କନାଳର ୪୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଥିଲା ବେଳେ ସବୁର୍ଣ୍ଣପୁରର ଜଣେ ୩୧ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି।



















