ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାରଜାରେ ଖେଳାଯିବ।

ପଞ୍ଜାବ ପାଇଁ ଏହି ଲିଗର ତୃତୀୟ ମ୍ୟାଚ ହେବାକୁ ଥିବାବେଳେ ରାଜସ୍ଥାନ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍ ହେବ। ତେବେ ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି। କାରଣ ଦୁଇ ଦଳ ଗତ ମ୍ୟାଚରେ ଦମଦାର ବିଜୟ ହାସଲ କରିଛନ୍ତି।

ରାଜସ୍ଥାନ ରୟାଲ୍ସ ଚେନ୍ନାଇକୁ ଚିତ୍ କରିଥିବାବେଳେ କିଙ୍ଗସ୍ ଇଲେଭେନ୍ କୋହଲି ବାହିନୀକୁ ବଡ଼ ବ୍ୟବଧାନରେ ହରାଇଛି। ତେଣୁ ଏହି ମ୍ୟାଚରେ ଦୁଇଟି ଯାକ ଦଳ ବିଜୟୀ ହେବାକୁ ଚାହିଁବେ।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।

ରାଜସ୍ଥାନ ରୟାଲ୍ସ 

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

Comment