ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୨୯ ଅର୍ଥାତ ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶସନ ବସିବାକୁ ଯାଉଛି। କିନ୍ତୁ ଅଧିବେଶନ ପୂର୍ବରୁ କରୋନା ଚିତ୍ର ସମସ୍ତଙ୍କୁ ଭୟଭୀତ କରିଛି। ଅଧିବେଶନ ପାଇଁ ଶନିବାର ହୋଇଥିବା କରୋନା ପରୀକ୍ଷାର ରିପୋର୍ଟ ଆସି ସାରିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ବିଧାୟକ, ବିଧାନସଭା ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକଙ୍କୁ ମିଶାଇ ମୋଟ ୭୫୮ କୋଭିଡ୍‌ ନମୁନାରୁ ୧୩୬ ଜଣ ପଜିଟିଭ୍‌ ବାହାରିଛନ୍ତି।

ସେହିପରି ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବା ୨ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏପରି ସ୍ଥିତିରେ ବିଧାନସଭା ଅଧିବେଶନକୁ ନେଇ ଭୟ ସୃଷ୍ଟି ହେବା ସ୍ୱାଭାବିକ କଥା।

ଶନିବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ୍ କୋଭିଡ୍‌ ପରୀକ୍ଷା କରିଥିଲେ। ଏଥିରେ ପ୍ରମିଳା ମଲ୍ଲିକ୍ ଓ ଦେବୀ ପ୍ରସାଦ ମିଶ୍ର ପଜିଟିଭ୍ ବାହାରିଛନ୍ତି। ଦେବୀ ପ୍ରସାଦ ପୂର୍ବରୁ ମଧ୍ୟ ସଂକ୍ରମିତ ହୋଇଥିଲେ। ଆବଶ୍ୟକୀୟ ଔଷଧ ସେବନ କରି ସେ ସୁସ୍ତ ହୋଇଥିଲେ। ତେବେ ପୁଣି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

Comment