ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜି ପୁଣି ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ଘଟିଛି।
ଆଜି ବାଲେଶ୍ୱରରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ଜୀବନ ଯାଇଛି। ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜରୁ ୨ ଲେଖାଏଁ, ଢେଙ୍କାନାଳ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ବାଲେଶ୍ୱରରୁ ମୃତକଙ୍କ ମଧ୍ୟରେ ୫୫, ୬୩, ବର୍ଷୀୟ ୨ ବୁରୁଷ ଥିଲା ବେଳେ ୬୫ ବର୍ଷୀୟା ଜଣେ ମହିଳା ଅଛନ୍ତି। ପୁରୀର ୨ ମୃତକ ହେଲେ ୬୫ ଓ ୭୯ ବର୍ଷୀୟ ପୁରୁଷ।
ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟ ଭୁବନେଶ୍ୱରର ୮୭ ବର୍ଷୀୟ ପୁରୁଷ ଓ ଜଣେ ୬୩ ବର୍ଷୀୟା ମହିଳା ଥିଲା ବେଳେ ମୟୂରଭଞ୍ଜର ୨ ମୃତକଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ପୁରୁଷ ଓ ଜଣେ ୭୦ ବର୍ଷୀୟା ମହିଳା ଅଛନ୍ତି।
ସେହିପରି ଢେଙ୍କାନାଳର ୬୧, କଟକର ୬୭, ବଲାଙ୍ଗିରରେ ୬୬, କନ୍ଧାମାଳର ୬୩, ନବରଙ୍ଗପୁରର ୫୪, ଗଞ୍ଜାମର ୫୫ ପୁରୁଷ କଳାହାଣ୍ଡିର ୪୫ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି।


















