ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୩୪୪୩ ପଜିଟିଭ୍ ଚିହ୍ନଟ
  • ୨୦୧୭ ଜଣ କ୍ୱାରେଣ୍ଟାଇନରୁ,୧୪୨୬ ଜଣ ଲୋକାଲ୍ କଣ୍ଟାକ୍ଟ 
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୯,୧୧୯କୁ ବୃଦ୍ଧି

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୩୪୪୩ ନୂଆ କରୋନା ସଂକ୍ରମିତ। ସେଥିମଧ୍ୟରୁ ୨୦୧୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୪୨୬ ଜଣ ଲୋକାଲ୍ କଣ୍ଟାକ୍ଟ ବୋଲି ସୂଚନା ମିଳିଛି।

ପ୍ରତିଦିନ ଭଳି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ ଜଣ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଏହା ପଛକୁ କଟକ ଜିଲ୍ଲାରୁ ୩୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୧୧୧, ବଲାଙ୍ଗିରରୁ ୧୧୪, ଯାଜପୁରରୁ ୧୩୦, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧ ଓ ସମ୍ବଲପୁରରୁ ୧୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୯,୧୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୮୧,୪୮୧ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବାକି ୩୬,୭୪୩ ଜଣ ଏବେ ବି କରୋନାରେ ସକ୍ରିୟ ଅଛନ୍ତି।

Comment