ଓଡ଼ିଶାଲାଇଭ୍ ବ୍ୟୁରୋ

bramhos

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର ୩ନମ୍ବର ଲଞ୍ଚପ୍ୟାଡରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ କରାଯାଆଇଛି। ଆଜି ଦିନ ୧୧.୧୫ରେ ଏହାକୁ ଛଡ଼ାଯାଇଥିଲା। ଶବ୍ଦ ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ମିସାଇଲରେ ଡବଲ ଷ୍ଟେଜ୍ ଇଞ୍ଜିନ ବ୍ୟବହାର ହୋଇଛି। ୩ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖିଥିବା ଏହି ମିସାଇଲ ଭୁପୂଷ୍ଠରୁ ୪୫୦ ରୁ ୬ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏହି ମିସାଇଲକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇସାରିଛି।

ତେବେ ଚୀନ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ଭାରତୀୟ ସେନା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ, ସବସୋନିକ କ୍ରୁଜ ମିସାଇଲ ନିର୍ଭୟ ଓ ସ୍ୱଳ୍ପଦୂରଗାମୀ ମିସାଇଲ ଆକାଶକୁ ମୁତୟନ କରାଯାଇଥିବା ସୂଚନା ରହିଛି। ଏହାସହ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଲଏସିରେ ଚୀନର ହରକତକୁ ଦୃଷ୍ଟିରେ ରଖି, ଭାରତୀୟ ସେନା ବହୁ ସଂଖ୍ୟାରେ ଟି-୯୦ ଓ ଟି-୭୨ ଟ୍ୟାଙ୍କ, ଆର୍ଟେଲେରି ଗନ, ଇନଫାଣ୍ଟ୍ରି ବାହନ ମଧ୍ୟ ମୁତୟନ କରାଯାଇଛି। ଏହାସହ ଭାରତୀୟ ବାୟୁସେନା ମଧ୍ୟ ସୁପରହର୍କୁଲସ, ଗ୍ଲୋବମାଷ୍ଟର, ଏମଆଇ-୧୭ ହେଲିକପ୍ଟର ମୁତୟନ କରିଛି। ଏହାସ ସୁଖୋଇ, ମିରେଜ ଓ ଏମଆଇଜି ଭଳି ଯୁଦ୍ଧ ହେଲିକପ୍ଟର ମଧ୍ୟ ମୁତୟନ କରି ରଖିଛି। ସୀମାନ୍ତରେ ନିୟମିତ ଏରିଏଲ ପାଟ୍ରୋଲିଂ ଚାଲିଛି।

Brahmos, Chandipur

ବ୍ରହ୍ମୋସ ମିସାଇଲ- ସବୁ କ୍ଷେତ୍ରରୁ ଆକ୍ରମଣ କରିବାର କ୍ଷମତା ରଖିଥିବା ଏହି ସୁପର ସୋନିକ କ୍ରୁଜ ମିଜାଇଲ ଭାରତ ଓ ରୁଷର ମିଳିତ ଉଦ୍ୟମରେ ନିର୍ମିତ ହୋଇଛି। ଭାରତର ବ୍ରହ୍ମପୁତ୍ର ଓ ଋଷର ମୋସ୍କୋଭା ନଦୀର ନାମ ଅନୁସାରେ ଏହାର ନାମକରଣ ହୋଇଛି। ସ୍ଥଳ ଓ ଯୁଦ୍ଧ ଯାହାଜରୁ ଏହାକୁ ଶତ୍ରୁପକ୍ଷ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯାଇପାରିବ। ଏହାର ଲମ୍ବ ୮.୪ ମିଟର ହୋଇଥିବା ବେଳେ ମୋଟେଇ ୦.୬ ମିଟର। ଏହାକୁ ଉଭୟ ଭାରତୀୟନ ସ୍ଥଳସେନା ଓ ନୌସେନାରେ ସାମିଲ କରାଯାଇସାରିଛି।

ନିର୍ଭୟ– ଲଙ୍ଗରେଂଜ ସବସୋନିକ କ୍ରୁଜ ମିଜାଇଲ ନିର୍ଭୟ ଉଚ୍ଚରେ ଥିବା ଲକ୍ଷକୁ ଭେଦ କରିବା ଭଳି କ୍ଷମତା ରଖିଛି। ଭାରତ ସମେତ ଅଳ୍ପ କିଛି ଦେଶ ପାଖରେ ଏହି ଧରଣର ମିଜାଇଲ ନିର୍ମାଣ କରିବାର ଦକ୍ଷତା ରହିଛି।

ଆକାଶ– ଏହା ଏକ ସ୍ୱଳ୍ପଦୂରଗାମୀ ସ୍ଥଳ ଓ ଆକାଶରେ ଲକ୍ଷ୍ୟ ଭେଦ କରୁଥିବା ମିସାଇଲ ସିଷ୍ଟମ। ଆକାଶମାର୍ଗରୁ ଆସୁଥିବା କୌଣସି ଯୁଦ୍ଧାସ୍ତ୍ର କିମ୍ବା ମିସାଇଲକୁ ଧ୍ୱଂସ କରିବାର କ୍ଷମତା ଏହି ମିସାଇଲ ପାଖରେ ରହିଛି। ଏହାକୁ ଭାରତୀୟ ବାୟୁସେନା ଓ ଭାରତୀୟ ସ୍ଥଳସେନାରେ ସାମିଲ କରାଯାଇସାରିଛି।

Comment