ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ଵଚାର ଯତ୍ନ ପାଇଁ ଘରୋଇ ଉପଚାରକୁ ବେଶୀ ପ୍ରାଧାନ୍ୟ ଦିଆଯାଏ। ଏହା ପ୍ରାକୃତିକ ହୋଇଥିବାରୁ ତ୍ଵଚାକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ତ୍ଵଚାକୁ ଉଜ୍ଜ୍ଵଳ ତଥା ସୁନ୍ଦର କରିବା ପାଇଁ ଚାଉଳ ଅଟାକୁ ବ୍ୟବହାର କରାଯାଏ। ଏହି ଅଟାରେ ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ତ୍ଵଚାର ଔଜଲ୍ଲ୍ୟତା ବୃଦ୍ଧି ପାଇଥାଏ। ତେବେ ଜାଣନ୍ତୁ ଏହି ପ୍ୟାକ୍ କେମିତି ପ୍ରସ୍ତୁତ କରିବେ..

ପ୍ରସ୍ତୁତି ପ୍ରଣାଳୀ

ଚାଉଳ ଅଟାରେ ଫେସ୍ ପ୍ୟାକ୍ ବନେଇବା ପାଇଁ ପ୍ରଥମେ ଦୁଇ ଚାମଚ ଚାଉଳ ଅଟା ନିଅନ୍ତୁ। ସେଥିରେ ଦୁଇ ଚାମଚ ଥଣ୍ଡା କ୍ଷୀର, ଅଧ ଚାମଚ କଫି ପାଉଡର ଓ ଅଧା ଚାମଚ ମଲାଇ ନେଇ ସେସବୁକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।ଏବେ ସେହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଭଲ ଭାବେ ଧୋଇନେଇ ମଇଶ୍ଚରାଇଜର୍ ଲଗାଇ ଦିଅନ୍ତୁ।

ଚାଉଳ ଅଟା ଫେସ୍‌ ପ୍ୟାକ୍‌ର ଫାଇଦା

ଏହି ପ୍ୟାକ୍ ଏକ ନାଚୁରାଲ କ୍ଲିଞ୍ଜର ପରି କାମ କରିଥାଏ। ଏଥିସହ ତ୍ଵଚାକୁ ମଇଶ୍ଚରାଇଜ୍ କରିଥାଏ। ଚାଉଳ ଅଟା ତ୍ଵଚାରୁ ତୈଳ ଅଂଶ କାଢ଼ିବାରେ ସାହାଯ୍ୟ କରେ। ସେହିପରି କ୍ଷୀର ସନ୍‌ ଟ୍ୟାନ୍ ଓ ସନ୍‌ବର୍ନରୁ ରକ୍ଷା କରେ।କଫି ଚେହେରାରେ ପ୍ରାକୃତିକ ଚମକ ଆଣିଥାଏ। ତେଣୁ ସ୍କିନ୍ କେୟାର ରୁଟିନ୍‌ ପାଇଁ ଚାଉଳ ଅଟା ଫେସ୍ ପ୍ୟାକ୍ ଅତ୍ୟନ୍ତ ଲାଭକାରୀ ହୋଇଥାଏ।

Comment