ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ନୟାଗଡ଼ ଜିଲ୍ଲାର ଚାନ୍ଦପୁର କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ନୟାଗଡ଼ ସର୍କିଟ୍ ହାଉସରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କୋଭିଡ୍ ସ୍ଥିତି ଓ ପ୍ରଶାସନିକ କାର୍ଯ୍ୟ ଉପରେ ଉପରେ ଆଲୋଚନା କରିଛନ୍ତି।

ନୟାଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ଗମ୍ଭୀର ରହିଥିବା ଆଲୋଚନା ହୋଇ ଆସୁଛି। ଜିଲ୍ଲାରେ ଠିକ୍ ଭାବେ କୋଭିଡ ନିୟନ୍ତ୍ରଣ ପାଇଁ ଆର୍‌ଡିସି ପ୍ରତି ମାସରେ ନୟାଗଡ଼ ଜିଲ୍ଲା ଗସ୍ତ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି।

ଆକ୍ରାନ୍ତ ସଂଖ୍ୟାରେ କେତେ ପରିବର୍ତ୍ତନ ଆସିଛି ତାହା ଅନୁଧ୍ୟାନ କରିବା ସାଙ୍ଗକୁ କୋଭିଡ୍ ହସ୍ପିଟାଲରେ ରହିଥିବା ୩୫୦ ଟି ସାଧାରଣ ଶଯ୍ୟା, ୧୬ଟି ଆଇସିୟୁ ବେଡ୍ ଏବଂ ୧୬ଟି ଭେଣ୍ଟିଲେଟର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଛନ୍ତି।

ବର୍ତ୍ତମାନ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୫୦ ଟି ଆଇସିୟୁ ବେଡ୍ ଓ ୫୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ଆର୍‌ଡିସି କହିଛନ୍ତି। କୋଭିଡ୍‌ରେ ପ୍ରାଣତ୍ୟାଗ କରିଥିବା ବ୍ୟକ୍ତିଙ୍କ  ମରଶରୀରକୁ କୋଭିଡ୍ ନିୟମ ଅନୁସାରେ ସଂସ୍କାର କରିବା, ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ଉପରେ ଲୋକଙ୍କ ସଚେତନ କରିବା ଦିଗରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ, ପିଡି ସୁବାସ ଚନ୍ଦ୍ର ରାୟ ଏବଂ ଡିପିଏମ ନିତ୍ୟରଞ୍ଜନ ବରାଳ ଆଦି ଉପସ୍ଥିତ ଥିଲେ।

Comment