ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୪୦ କରୋନା ସଂକ୍ରମିତ। ଏଥିସହିତ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ଟପିଛି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତା ସହିତ ୨୫୬ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି। ବିଶେଷକରି ପଟିଆ, ଗାଢ଼କଣ, ବରମୁଣ୍ଡା, ସହିଦନଗର, ଶୈଳଶ୍ରୀ ବିହାର ଓ ୟୁନିଟ୍-୯ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 1st Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/fRwz2E0Eyy— BMC (@bmcbbsr) October 1, 2020
ଅନ୍ୟପଟେ ଭୁବନେଶ୍ୱରର ଆଜି ୩୩୭ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ ଭୁବନେଶ୍ୱରରୁ ମୋଟ ୨୨,୨୩୫ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୧୮,୫୮୫ ସୁସ୍ଥ ହୋଇଥିବାବେଳେ ଏବେ ବି ୩୫୩୬ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି।


















