ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ ବଢ଼ୁଛି କରୋନା ସଂକ୍ରମଣ। କରୋନା ସଂକ୍ରମଣ ବୃଦ୍ଧି ପାଇ ଆକ୍ରାନ୍ତ ସଂଖ୍ୟା ୫ ହଜାରରେ ପହଞ୍ଚିବାକୁ ହେଲାଣି। ସେଥିରେ ଗତ ଦୁଇ ଦିନରେ ୩ ଜଣ ଆକ୍ରାନ୍ତ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମଣ ମୃତ୍ୟୁସଂଖ୍ୟା ୨୨ ହୋଇଛି।
ଦିନକୁ ଦିନ କରୋନ ସଂକ୍ରମଣରେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେଉଛିନ୍ତି। ପ୍ରତି ଦିନ ଶହ ଶହ ଲୋକଙ୍କ କରୋନା ଟେଷ୍ଟ କରାଯାଉଛି। ସରକାରୀ ସୂଚନା ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୪,୭୯୨ରେ ପହଞ୍ଚିଛି। ୩୦ ସେପ୍ଟେମ୍ବର ଗୋଟିଏ ଦିନରେ ୮୮ଜଣ ଆକ୍ରାନ୍ତ ହୋଇଛନ୍ତି।
ଗତ ଦୁଇ ଦିନରେ ୩ଜଣଙ୍କର ମୃତ୍ୟୁକୁ ମିଶାଇ କରୋନାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪,୧୭୬ଜଣ ଆରୋଗ୍ୟ ହୋଇଛନ୍ତି। ୫୯୪ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା କୋଭିଡ୍ କଣ୍ଟ୍ରାଲ ରୁମ୍ ରୁ ସୂଚନା ମିଳିଛି। ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


















