ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୩୬୦୦ ପଜିଟିଭ୍ ଚିହ୍ନଟ 
  • ୨୧୦୯ ଜଣ କ୍ୱାରେଣ୍ଟାଇନରୁ,୧୪୯୧ ସ୍ଥାନୀୟ ସଂକ୍ରମିତ
  • ରାଜ୍ୟରେ ଆଜି ଆଖିବୁଜିଲେ ୧୬ ଆକ୍ରାନ୍ତ
  • କୋଭିଡ୍ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି 

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୩୬୦୦ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୨୧୦୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୪୯୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ରହିଛି। ଏଥିସହିତ ରାଜ୍ୟରେ ଆଜି ଆଉ ୧୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ପୂର୍ବଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କଟକରୁ ୩୫୮ , ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡ଼ରୁ ୧୦୬, ଯାଜପୁରରୁ ୧୩୯, କେନ୍ଦ୍ରାପଡ଼ାରୁ ୧୨୯, ମୟୂରଭଞ୍ଜରୁ ୧୫୬, ପୁରୀରୁ ୧୧୫ ଓ ସୋନପୁରରୁ ୧୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୨୬,୩୩୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୯୦,୦୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବାକି ୩୫,୩୨୬ ଜଣ ଏବେ ବି କରୋନାରେ ସକ୍ରିୟ ଅଛନ୍ତି।

ସେହିପରି ଆଜି କରୋନାରେ ଆକ୍ରାନ୍ତ ଥାଇ ୧୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ପ୍ରାଣ ହରାଇଥିବାବେଳେ, ନୟାଗଡ଼ରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କଟକରୁ ୨, ବାଲେଶ୍ୱରରୁ ୨ ଏବଂ ଜଗତସିଂହପୁର,ବରଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି।

Comment