
ରାଜ୍ୟରେ ଆଜି ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨ରେ ଛୁଇଁଛି।
ବାଲେଶ୍ୱର, ଢେଙ୍କନାଳରୁ ୩ ଜଣ ଳେଖାଏଁ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରୁ ୨ ଜଣ, ଲେଖାଏଁ, ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ୪ ମୃତ୍ୟୁ ଘଟିଛି।
ବାଲେଶ୍ୱରର ୩ ମୃତକ ହେଲେ ୪୭, ୬୨, ୬୫ ବର୍ଷୀୟ ପୁରୁଷ ହୋଇଥିଲା ବେଳେ ଢେଙ୍କାନାଳର ୩ ମୃତକ ମଧ୍ୟ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୩୬, ୬୫, ୬୧।
ସେହିପରି ଜଗତସିଂହପୁର ୨ ମୃତକ ହେଲେ ୬୨ ବର୍ଷୀୟ ଓ ୪୯ ବର୍ଷୀୟ ପୁରୁଷ। ପୁରୀରୁ୨ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୮୫ ବର୍ଷୀୟ ପୁରୁଷ ଓ ଜଣେ ୭୦ ବର୍ଷୀୟା ମହିଳା। ଖୋର୍ଦ୍ଧାର ଜଣେ ୬୫ ବର୍ଷୀୟ ପୁରୁଷ ଓ ଜଣେ ୬୮ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି।
ମୟୂରଭଞ୍ଜର ୫୬, ଯାଜପୁରର ୫୭ ବର୍ଷୀୟ, ନୟାଗଡ଼ର ୫୩, ଗଞ୍ଜାମର ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଥିଲା ବେଳେ ଭଦ୍ରକର ୫୬ ବର୍ଷୀୟ ମହିଳାଙ୍କ ଜୀବନ ଯାଇଛି।



















