ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର କଟକ ଜିଲ୍ଲାରୁ ୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ କଟକ ସହରରୁ ୧୮୨ ଜଣ ବାହାରିଥିବା ବେଳେ ଅନ୍ୟମାନେ ଗ୍ରାମାଞ୍ଚଳର ବୋଲି କଟକ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ଜିଲ୍ଳାରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧ହଜାର ୨୪୯ରେ ପହଞ୍ଚିଛି। ଏଥିରୁ ୧୭ହଜାର ୩୮୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥହାର ରହିଛି ୮୧.୮୦ ପ୍ରତିଶତ।

ଜଣେ ୬୪ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କଟକ ଜିଲ୍ଲାରୁ ୪୬୬ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜିଲ୍ଲାରେ ୩ହଜାର ୭୮୯ ଜଣ ଆକ୍ଟିଭ୍ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।coronavirus-in-odisha-4ଶୁକ୍ରବାର ସହରରୁ ଚିହ୍ନଟ ୧୮୨ ପଜିଟିଭ୍ ମଧ୍ୟରେ ୪୭ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୬୦ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରୁ ଏବଂ ୭୫ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଜଗତପୁର, ନୂଆବଜାରରୁ ୫ଜଣ ଲେଖାଏଁ, ବିଡାନାସୀ, ସିଡିଏ ସେକ୍ଟର-୬, ଚାଉଳିଆଗଞ୍ଜ, କଲ୍ୟାଣୀନଗରରୁ ୪ଜଣ ଲେଖାଏଁ, ଦରଘାବଜାର, ଯୋବ୍ରା, ମେରିଆବଜାରରୁ ୨ଜଣ ଲେଖାଏଁ, ବାଦାମବାଡ଼ି, ବକ୍ସିବଜାର, ମଧୁପାଟଣା, ମହାନଦୀବିହାର, ରାଣୀହାଟ, ଶଙ୍କରପୁର, ସେକ୍ଟର-୭, ତୁଳସୀପୁରରୁ ଦୁଇଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ(ସିଏମ୍ସି) ତରଫରୁ ସୂଚନା ଦିଆଯାଇଛି।

ସହରର ୨୨ଟି ସ୍ଥାନରୁ ଜଣେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ହୋମ୍ କ୍ୱାରେଣ୍ଟାଇନ୍‌ ତାଲିକା ଦେଖିଲେ ଜଗତପୁରରୁ ୭ଜଣ, ବକ୍ସିବଜାର, ପ୍ରତାପନଗରୀରୁ ୫ଜଣ ଲେଖାଏଁ, ଚାଉଳିଆଗଞ୍ଜରୁ ୪ଜଣ, ବାଦାମବାଡ଼ି, କଲେଜଛକ,ପୋତାପୋଖରୀ, ତୁଳସୀପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ବାଙ୍କାବଜାର, ବିଡାନାସୀ, ସେକ୍ଟର-୬, ଖପୁରିଆ, ମହାନଦୀବିହାର, ନୂଆପାଟଣା, ନାରାୟଣମିଶ୍ର ଲେନ୍, ରାଣୀହାଟରୁ ୨ଜଣ ଲେଖାଏଁ ପଜିଟିଭ୍ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଶୁକ୍ରବାର ସୁଦ୍ଧା ମୋଟ୍ ପଜିଟିଭ୍ ସଂଖ୍ୟା ୧୨ହଜାର ୪୦୯ରେ ପହଞ୍ଚିଛି। ଏଥିରୁ ୯ଜହାର ୯୦୬ଜଣ ସୁସ୍ଥ ହୋଇ ଫେରିଛନ୍ତି। କଟକ ସହର ବାଦ୍‌ ଆଠଗଡ଼ରୁ ୨୪ଜଣ, ଆଠଗଡ଼ ଏନ୍ଏସିରୁ ଜଣେ, ବଡମ୍ବାରୁ ୩ଜଣ, ବାଙ୍କୀରୁ ୩ଜଣ, ବାରଙ୍ଗରୁ ୨ଜଣ, ଚୌଦ୍ୱାରରୁ ୧୪ଜଣ, ଡମପଡ଼ାରୁ ଜଣେ, କଣ୍ଟାପଡ଼ାରୁ ୩ଜଣ, ମାହାଙ୍ଗାରୁ ୧୧ଜଣ, ନିଶ୍ଚିନ୍ତକୋଇଲିରୁ ୯ଜଣ, ନରସିଂହପୁରରୁ ଜଣେ, ନିଆଳିରୁ ୩୨ଜଣ, କଟକ ସଦରରୁ ୧୧ଜଣ, ସାଲେପୁରରୁ ୪୮ଜଣ, ଟାଙ୍ଗୀରୁ ୧୨ଜଣ ଓ ତିଗିରିଆରୁ ଜଣେ ପଜିଟିଭ୍ ହୋଇଛନ୍ତି।

Comment