ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୧୦୬୯ ଜଣଙ୍କ ମୃତ୍ୟୁପରେ ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତ ୬୪ ଲକ୍ଷ ୭୩ ହଜାର ୫୪୫ରେ ପହଞ୍ଚିଛି।
ଏବେ ସୁଦ୍ଧା ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୯ ଲକ୍ଷ ୪୪ ହଜାର ୯୯୬ ରହିଥିଲା ବେଳେ ସୁସ୍ଥ ହୋଇଛନ୍ତି ୫୪ ଲକ୍ଷ, ୨୭ ହଜାର ୭୦୬ ଜଣ।


















