ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୩୦୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୦୪ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୨୪୯ ଲୋକାଲ କେସ୍‌ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ଘଟିଛି।

ଆଜି ମଧ୍ୟ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୨୫୬, ମୟୂରଭଞ୍ଜରୁ ୧୫୩, ଷ୍ଟେଟପୁଲ ୧୪୭, ଝାରସୁଗଡ଼ାରୁ ୧୪୬, କେନ୍ଦୁଝରରୁ ୧୩୩, ପୁରୀରୁ ୧୨୭, ସମ୍ବଲପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୧୫, ଯାଜପୁରରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ବରଗଡ଼ ଓ ସମ୍ବଲପୁରରୁ ୯୮ ଜଣ ଲେଖାଏଁ, ବଲାଙ୍ଗିରରୁ ୯୫, ବାଲେଶ୍ୱରରୁ ୮୫, ସୁବର୍ଣ୍ଣପୁରରୁ ୮୩, ଜଗତସିଂହପୁରରୁ ୭୨, ଭଦ୍ରକରୁ ୭୦, ନୟାଗଡ଼ରୁ ୬୭, ଅନୁଗୁଳରୁ ୬୪, ମାଲକାନଗିରିରୁ ୬୨ ନୂଆପଡ଼ାରୁ ୫୬ ଗଞ୍ଜାମରୁ ୫୨, ଢେଙ୍କାନାଳରୁ ୫୧, କୋରାପୁଟରୁ ୪୪, କଳାହାଣ୍ଡିରୁ ୪୧, ରାୟଗଡ଼ାରୁ ୩୬, କନ୍ଧମାଳରୁ ୩୨, ବୌଦ୍ଧରୁ ୨୮, ଗଜପତିରୁ ୧୮, ଦେବଗଡ଼ରୁ ୧୬, ନବରଙ୍ଗପୁରରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୧ ଲକ୍ଷ ୯୪ ହଜାର ୧୨୮ ଜଣ ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ କେସ୍‌ ୩୪ ହଜାର ୩୧୪ ରହିଛି।

Comment