ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନ୍ ଗେମ୍ ଏବେ ଛାତ୍ରଙ୍କ ଜୀବନ ପାଇଁ କାଳ ରାକ୍ଷସ ସାଜିଛି। ଦୁଇଦିନ ତଳେ ଏହି ଅନଲାଇନ୍ ଗେମ୍ ପାଇଁ କେନ୍ଦୁଝର ଯୋଡ଼ା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିଲେ। ଏବେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି ଯାଜପୁର ଜିଲ୍ଲାରେ। ମୋବାଇଲ ପାଇଁ ଘରଲୋକ ବାରଣ କରିବାରୁ ଜଣେ ଛାତ୍ର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି।

ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର କରୁଣାକର ସାମଲଙ୍କ ପୁଅ ବରୁଣ ସାମଲ। ବରୁଣ ଏହି ବର୍ଷ ମାଟ୍ରିକ ପାସ୍ କରି କଲେଜରେ ନାମ ଲେଖାଇଥାନ୍ତେ। କରେନା ପାଇଁ ଏବେ ସବୁ ଅନଲାଇନରେ କ୍ଲାସ ହେବ ବୋଲି ଘରେ ତାଙ୍କୁ ଫୋନଟିଏ ଦେଇଥିଲେ। ହେଲେ ବରୁଣଙ୍କୁ ଲାଗିଯାଇଥିଲା ଗେମ୍ ଖେଳିବାର ନିଶା।

ଶନିବାର ଅପରାହ୍ନରେ ବରୁଣ ଫୋନରେ ଗେମ୍ ଖେଳୁଥିଲେ। ଏହାକୁ ନେଇ ତାଙ୍କ ମା ବିରକ୍ତି ପ୍ରକାଶ କରି ତାଙ୍କଠାରୁ ଫୋନ ଛଡ଼ାଇ ରଖିଦେଇଥିଲେ। ଏହାପରେ ବରୁଣ ରାଗରେ କେଉଁଆଡ଼େ ଚାଲିଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ସେ ଘରକୁ ଫେରିନଥିଲେ, ତେଣୁ ପରିବାର ଲେକେ ତାଙ୍କୁ ଖୋଜାଖୋଜି କରିବାକୁ ଲାଗିଲେ।ପାଖ ଖରସ୍ରୋତା ନଦୀ ପାଖରେ ବରୁଣଙ୍କ ଜୋତା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନଦୀରେ ଖୋଜିବା ପରେ ତାଙ୍କର ମୃତ ଦେହ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପାଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଦିନକୁ ଦିନ ମୋବାଇନ ଫୋନରେ ଏହି ଅନଲାଇନ ଗେମ୍ ପାଇଁ ଜଣଙ୍କ ପରେ ଜଣେ କୋମଳମତିର ଜୀବନ ଯାଉଥିବାରୁ ଉଭୟ ଅଭିଭାବକ ଏବଂ ସରକାରଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here