ଓଡ଼ିଶାଲାଇଭ୍‌ ବ୍ୟୁରୋtrumph-3

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ମଙ୍ଗଳବାର ଟ୍ରମ୍ପ ହସ୍ପିଟାଲରୁ ଡିସଚାର୍ଜ ହୋଇ ହ୍ୱାଇଟ ହାଉସକୁ ଫେରିପାରନ୍ତି। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ୍‌ ସୂଚନା ଦେଇଛନ୍ତି।

ଅନ୍ୟପଟେ ଟ୍ରମ୍ପ ନିଜେ ଏକ ଭିଡିଓ ମାଧ୍ୟମରେ ଏବେ ଭଲ ଅନୁଭବ କରୁଛନ୍ତି ଓ ଖୁବଶୀଘ୍ର ସେ ଫେରିବେ ବୋଲି କହିଛନ୍ତି।

ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇ ଏବେ ଓ୍ୱାଶିଂଟନ ନିକଟସ୍ଥ ଓ୍ୱାଲଟରରେ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରାର୍ଥୀ ହୋଇଥିବାରୁ ଆମେରିକା ରାଜନୀତିରେ ତାଙ୍କ ଅସୁସ୍ଥତା କ’ଣ ପ୍ରଭାବ ପକାଇବ ତା’ଉପରେ ସାରାବିଶ୍ୱର ନଜର ରହିଛି।

ଅନ୍ୟପଟେ ରବିବାର ସନ୍ଧ୍ୟାରେ ଅଚାନକ ଟ୍ରମ୍ପ ହସ୍ପିଟାଲରୁ ବାହାରକୁ ଆସିଥିଲେ। ଏକ କାର୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଟ୍ରମ୍ପ କିଛି ସମୟ ପାଇଁ ବାହାରକୁ ଆସିଥିଲେ। ସେ ତାଙ୍କ ସମର୍ଥକଙ୍କୁ ଭେଟିବାକୁ ଚାହୁଁଥିଲେ।

Comment