ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ହାଥରସ୍ ଯାତ୍ରା ସମୟରେ ତାଙ୍କୁ କରାଯାଇଥିବା ଦୁର୍ବ୍ୟବହାରକୁ ଜୟପୁର କଂଗ୍ରେସ ତୀବ୍ର ନିନ୍ଦା କରିଛି। ସୋମବାର ଏଥିପାଇଁ ଜୟପୁର କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ଭବନରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି।

ଗଣତନ୍ତ୍ରର ମୂଲ୍ୟବୋଧ ଓ ସମ୍ବିଧାନର ସମ୍ମାନ ପ୍ରତି ଏହା ଚରମ କୁଠାରଘାତ।  ତୁରନ୍ତ  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା  ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତପା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏଭଳି କ୍ରୁର ଘଟଣା ଭାରତ ବର୍ଷର ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ରାଜନୈତିକ ଶାଳୀନତାକୁ କ୍ଷୁର୍ଣ୍ଣ କରିଥିବାରୁ କଂଗ୍ରେସ ଦଳ ତରଫରୁ ଘଟଣାର ତ୍ରୀବ୍ର ନିନ୍ଦା ସହିତ ଘୋର ପ୍ରତିବାଦ କରାଯାଇଛି।ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ କୋଟି କୋଟି କଂଗ୍ରେସକର୍ମୀ ନେତୃମଣ୍ଡଳୀ ଏବଂ ଶୁଭେଚ୍ଛୁମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି। ଏପରି ଘଟଣାକୁ ଜିଲ୍ଲା କଂଗ୍ରେସ କମିଟି ତୀବ୍ର ନିନ୍ଦା କରିଛି। ଏହି ଧାରଣାରେ  ଜିଲ୍ଲା ମହିଳା ସଭାନେତ୍ରୀ ନଳିନି ରଥ,  ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ବୁଲୁ ସାହୁ, ନିହାର ବିଷୋୟୀ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ରାମ ନାୟକ, ଗଙ୍ଗା ସାହୁ, ହସନ ମଦାନି ପ୍ରମୁଖ ଉପସ୍ଥିତ ଥିଲେ।

Comment