ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପାଳନ ହେଉଛି ବାୟୁସେନା ଦିବସ। ଯୁଦ୍ଧ କୌଶଳ ସହିତ ପରାକ୍ରମ ଦେଖାଇବ ଭାରତୀୟ ସେନା। ଏହି ଅବସରରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏୟାର ସୋ’ ପ୍ରଦର୍ଶିତ ହେବ।  ବାୟୁସେନା ନିଜର ଯୁଦ୍ଧ ପରାକ୍ରମ ଝଲକ ଦେଖାଇବ। ତା’ ସିହତ ବିଭିନ୍ନ ପ୍ରକାର ଦୁଃସାହାସିକ କୌଶଳ ମଧ୍ୟ ପ୍ରଦର୍ଶନ କରିବ। ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ୍ ହେବ।

୧୯୩୨ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା। ବାୟୁସେନାର ୮୭ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଯୋଦ୍ଧା ଓ ଯୋଦ୍ଧାଙ୍କ ପରିବାରକୁ ନେଇ ଦେଶ ଗର୍ବ କରୁଛି। ଭାରତୀୟ ବାୟୁସେନା ଦେଶ ପାଇଁ ନିରବଚ୍ଛିନ୍ନ ଭାବେ ସେବା କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ଯୋଦ୍ଧା ଓ ସେମାନଙ୍କର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

Comment