ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ବି କାମ ଅଫିସ କାମ କରୁଛନ୍ତି ତେବେ ପ୍ରତିଦିନ କିଛି ନା କିଛି ନୂଆ ସମସ୍ୟାର ସମ୍ମୁଖୀନ ହେଉଥିବେ। ଏହା ଆପଣଙ୍କୁ ଅସ୍ଥିର କରି ଦେଉଥିବ। ତେବେ ଏହି ମାମଲାରେ ଆପଣ ଏକା ନୁହଁନ୍ତି। ଆପଣଙ୍କ ଭଳି ଅନେକ ଏହି ସମସ୍ୟା ଭୋଗୁଛନ୍ତି। ଏମିତିକି ମାଇକ୍ରୋସଫ୍ଟ କମ୍ପାନିର ସିଇଓ ସତ୍ୟ ନାଡେଲା ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

‘‘ଘରୁ କାମ କରିବା ସମୟରେ ଏମିତି ଲାଗୁଛି ଯେମିତି ଆମେ ଶୋଇକି କାମ କରୁଛନ୍ତି ବା କାମ କରିବା ସମୟରେ ସମୟରେ ଶୋଇପଡ଼ୁଛନ୍ତି’’, ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସିଇଓ ପରିଷଦରେ ନାଡେଲା ଏଭଳି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନଲାଇନ୍‌ ମିଟିଂ ମଧ୍ୟ କର୍ମଚାରୀଙ୍କୁ କ୍ଳାନ୍ତ କରିଥାଏ। କାରଣ ମିଟିଂ ପୂର୍ବରୁ ଏବଂ ପରେ ମଧ୍ୟ କାମ କରିବାକୁ ପଡ଼ିଥାଏ। ଯାହା କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ଏବଂ ଏକାଗ୍ରତାକୁ ହ୍ରାସ କରିଥାଏ। ଏଥସହିତ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ଏହା ଗଭୀର ପ୍ରଭାବ ପକାଇଥାଏ।

ତେବେ ଭାରତରେ ଏବେ ବହୁ କମ୍ପାନି ତାଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେଇଛନ୍ତି। ଧୀରେ ଧୀରେ ଦେଶରେ ଓ୍ୱାର୍କ ଫ୍ରମ ହୋମ୍‌ର ଲୋକପ୍ରିୟତା ମଧ୍ୟ ବଢ଼ୁଛି।

LEAVE A REPLY

Please enter your comment!
Please enter your name here