ଓଡ଼ିଶାଲାଇଭ କରୋନା ବ୍ୟୁରୋ

ସମଗ୍ର ବିଶ୍ୱରେ କରୋନା ହାହାକାର ସୃଷ୍ଟି କରିଛି। ଭାରତରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଉଛି| ଯାହାଫଳରେ ଲୋକମାନେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରହି ଓ୍ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। କିନ୍ତୁ ଆପଣ ଏହାର ସୁଯୋଗ ଉଠାଇ ପାରିବେ। ଘରେ କାମ କରିବା ଭିତରେ ତ୍ୱଚାର ଯତ୍ନ ନେଇପାରିବେ। ଯାହାଫଳରେ ଆପଣ ଆପଣଙ୍କ ଚେହେରାରେ ଚମକ ଆଣିପାରିବେ।

ଆଲୋବେରା

ଘରେ କାମ କରିବା ସମୟରେ ଆପଣ ନିଜ ମୁହଁରେ ଆଲୋବେରା ଲଗାଇ କାମ କରିପାରିବେ। ଚର୍ମ ଚମକ ପାଇଁ ଆଲୋବେରା ଅତ୍ୟନ୍ତ ଲାଭଦାୟକ। ଆଲୋବେରାରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ। ଯାହା ଚର୍ମର ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

ଦହି ବେସନ

ଦହି ଏବଂ ବେସନ ଘରେ ସହଜରେ ଉପଲବ୍ଧ। ଏପରି ପରିସ୍ଥିତିରେ, ଘରୁ କାମ କରିବା ସମୟରେ ଆପଣ ପ୍ରତିଦିନ ମୁହଁରେ ଦହିସ ଏବଂ ବେସନ ଲଗାଇ ପାରିବେ। ଦହି ଏବଂ ବେସନ ମିଶ୍ରଣ ଲଗାଇଲେ ଚେହେରାରେ ଚମକ ଆସିବ। ଦହି ଚର୍ମକୁ ମଶ୍ଚରାଇଜ୍ କରିବା ପାଇଁ କାମ କରେ। ବେସନ ମୁହଁରେ ଚମକ ଆଣିଥାଏ।

କଞ୍ଚା କ୍ଷୀର

ତ୍ୱଚା ପାଇଁ ଆପଣ କଞ୍ଚା କ୍ଷୀରର ବ୍ୟବହାର କରିପାରିବେ। ତୁଳା ସାହାଯ୍ୟରେ କଞ୍ଚା କ୍ଷୀର ଲଗାନ୍ତୁ। କଞ୍ଚା କ୍ଷୀର ଲଗାଇବା ପରେ ହାଲୁକା ହାତରେ ମସାଜ୍ କରନ୍ତୁ। ମୁହଁକୁ ମାଲିସ କରିବା ଦ୍ୱାରା ମୁହଁରୁ ମଇଳା ଦୂର ହେବ।

କଫି

ତ୍ୱଚା ପାଇଁ ଆପଣ କଫିର ପ୍ରୟୋଗ କରିପାରିବେ। କଫିକୁ ପାଣିରେ ମିଶାଇ ମୁହଁରେ ମାଲିସ୍ କରନ୍ତୁ। ହାଲ୍‌କା ମସାଜ କରିବା ଦ୍ୱାରା ଚର୍ମ ସଫା ହୋଇଯିବ|

ମୁଲତାନି ମାଟି

ମୁଲତାନି ମାଟି ଚେହେରାରେ ଚମକ ପାଇଁ ବହୁତ ଲାଭଦାୟକ| ଦହି ସହ ମୁଲତାନି ମାଟିର ପ୍ୟାକ୍ ପଅସ୍ ସହିତ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ଚେହେରାର ଦାଗ କମିଯିବ।

Comment