ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ପାଇଁ ସମସ୍ତ ସ୍କୁଲ, କଲେଜ, ଜିମ୍, ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗସାଥୀଙ୍କ ସହ ମିଳାମିଶା ବନ୍ଦ ରହିଛି। ସେହିପରି ଅଧିକାଂଶ ଲୋକ କରୋନା ପାଇଁ ଏବେ ଓ୍ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ହେଲେ ମହିଳାମାନଙ୍କ କ୍ଷେତ୍ରରେ ଘରେ ରହି କାର୍ଯ୍ୟ କରିବା ସେତେଟା ସହଜ ନୁହେଁ। ଯଦି ତୁମକୁ ଓ୍ୱାର୍କ ଫ୍ରମ୍‌ ହୋମ୍‌ ସହ ଘର କାମ କରିବାରେ କଷ୍ଟକର ହେଉଛି ବା ସଠିକ୍‌ ଭାବେ ଏହାକୁ ମ୍ୟାନେଜ୍‌ କରିପାରୁ ନାହାନ୍ତି, ତେବେ ଏହି ଟିପ୍ସ ଆପଣାନ୍ତୁ।

ଘରେ ଏକ ସ୍ଥାନ ନିର୍ଦ୍ଧାରିତ କରନ୍ତୁ, ଯେଉଁଠି ଆପଣ କେବଳ ଅଫିସ୍‌ କାମ ଉପରେ ଫୋକସ୍‌ କରିପାରିବେ। ଅଫିସ୍‌ କାର୍ଯ୍ୟ ପାଇଁ ଡାଇନିଂ ବା ବେଡ୍‌ ରୁମ୍‌କୁ ବାଛନ୍ତୁ ନାହିଁ। ଯଦି ଆପଣ ବେଡ୍‌ ରୁମ୍‌ରେ କାମ କରିବେ ଆପଣଙ୍କୁ ଶୋଇବାକୁ ଇଛା ହୋଇପାରେ।

corona

ଅଫିସ୍‌ କାର୍ଯ୍ୟରେ ଲମ୍ବା ସମୟ ପାଇଁ ବସନ୍ତୁ ନାହିଁ। ଅଧ ଘଣ୍ଟା ବ୍ୟବଧାନରେ ୩ ମିନିଟ୍‌ ପାଇଁ ଛିଡ଼ା ହୁଅନ୍ତୁ।

ଦିନରେ ଗୋଟେ ଘଣ୍ଟା ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ। ଏକ୍ସରସାଇଜ୍‌ କରିବା ନିହାତି ଜରୁରୀ ଏହା ଆପଣଙ୍କୁ ମାନସିକ ଓ ଶାରୀରିକ ଭାବେ ଫିଟ୍‌ ରଖିବ।

ଦିନ ତମାମ କ’ଣ ଖାଇବେ ତାହା ପୂର୍ବ ଦିନ ରାତିରୁ ସ୍ଥିର କରନ୍ତୁ।

ପ୍ରତ୍ୟେକ ଦିନ ଠିକ୍‌ ସମୟରେ ଉଠନ୍ତୁ ଓ ଠିକ୍‌ ସମୟରେ ଶୁଅନ୍ତୁ।

କାର୍ଯ୍ୟ ମଝିରେ ବ୍ରେକ୍‌ ଦିଅନ୍ତୁ।

କାର୍ଯ୍ୟ ଶେଷ କରିବାର ସମୟ ନିର୍ଦ୍ଧାରଣ କରନ୍ତୁ। ଅତ୍ୟଧିକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ନିଜ ପରିବାରର ବି ଧ୍ୟାନ ରଖନ୍ତୁ।

Comment