ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୯୧କୁ ବୃଦ୍ଧି ଘଟିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେହିପରି ବରଗଡ଼, କଳାହାଣ୍ଡି, ଓ କନ୍ଧମାଳରୁ, ସୁବର୍ଣ୍ଣପୁର, ମାଲକାନଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଖୋର୍ଦ୍ଧାର ୪ ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳର ଜଣେ ୭୫ ବର୍ଷୀୟା ମହିଳା ଓ ୭୨ ବର୍ଷୀୟ ପୁରୁଷ ଅଛନ୍ତି। ଅନ୍ୟ ୨ ମୃତକ ୫୦ ଓ ୬୪ ବର୍ଷୀୟ ପୁରୁଷ ଅଛନ୍ତି। ବାଲେଶ୍ୱରର ୪ ମୃତକ ମଧ୍ୟରେ ଯଥାକ୍ରମେ ୫୫, ୭୦ ବର୍ଷୀୟ ପୁରୁଷ, ୭୨ ବର୍ଷୀୟ ମହିଳା ଅଛନ୍ତି। ପୁରୀର ୯୦ ବର୍ଷୀୟ ପୁରୁଷ ଓ ୮୦ ବର୍ଷୀୟା ମହିଳା, ମୟୂରଭଞ୍ଜର ୫୩ ଓ ୫୬ ବର୍ଷୀୟ ପୁରୁଷ ଅଛନ୍ତି।
ସେହିପରି ମାଲକାନଗିରିରୁ ୪୦, ନୟାଗଡ଼ର ୮୦, ବରଗଡ଼ର ୫୩, କଳାହାଣ୍ଡିର ୭୦, କନ୍ଧମାଳର ୫୧, ସୁବର୍ଣ୍ଣପୁରର ୬୭ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି।



















