ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମ୍ୟାଚରେ ଆଜି ଭେଟାଭେଟି ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାରଜାରେ ଖେଳାଯିବ।

ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ ବିଜୟ ଲକ୍ଷ୍ୟରେ ରହିଛି। ସେହିପରି ଦିଲ୍ଲୀ ମଧ୍ୟ ନିଜ ଯୁବ ବାହିନୀ ସହିତ ଆଉ ଏକ ବିଜୟ ପକ୍କା କରିବାକୁ ନିଶ୍ଚୟ ଚାହିଁବ। ତେଣୁ କ୍ରିକେଟପ୍ରେମୀଙ୍କୁ ଏହି ମ୍ୟାଚ ବେଶ ମନୋରଞ୍ଜନ ଯୋଗାଇବ ବୋଲି କୁହାଯାଉଛି।

ଏହି ମ୍ୟାଚରେ ବିଶେଷକରି ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନ, ଶ୍ରେୟାସ ଆୟାର ଓ ପୃଥ୍ୱୀ ସହ ଉପରେ ନଜର ରହିବ। ଏହି ବ୍ୟାଟ୍ସମ୍ୟାନମାନେ ନିଜ ଟିମ୍ ପାଇଁ ପୂର୍ବରୁ ରନ ସଂଗ୍ରହ କରିଛନ୍ତି। ତେଣୁ ଏହି ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ରନ୍ ଆସିବ ବୋଲି କୁହାଯାଉଛି।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

ରାଜସ୍ଥାନ ରୟାଲ୍ସ 

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

Comment