ଓଡ଼ିଶାଲାଇଭ୍ ବ୍ୟୁରୋ

ଡିପ୍ରେସନରେ ଅଛନ୍ତି ବଲିଉଡ୍ ଅଭିନେତୀ ଆମିର ଖାନଙ୍କ ଝିଅ ଇରା ଖାନ୍। ଦୀର୍ଘ ୪ ବର୍ଷ ହେଲା ସେ ମାନସିକ ବିଷାଦ ସହ ଲଢୁଛନ୍ତି। ଏନେଇ ସେ ନିଜେ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେଆର୍ କରି ସୂଚନା ଦେଇଛନ୍ତି।

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଆମିରଙ୍କ ଝିଅ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେଆର୍ କରିଥିଲେ। ଏଥିରେ ସେ କହିଛନ୍ତି ଯେ, ଦୀର୍ଘ ଦିନ ହେଲା ସେ ମାନସିକ ବିଷାଦଗ୍ରସ୍ତ ଅଛନ୍ତି। ଏନେଇ ସେ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଛନ୍ତି।  ହେଲେ ସେ କେଉଁ କାରଣରୁ ଡିପ୍ରେସନରେ ଅଛନ୍ତି ସେ ଜାଣିନାହାନ୍ତି ବୋଲି କହିଛନ୍ତି।ଭିଡିଓର ଶେଷରେ ସେ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି। ତାଙ୍କ ପାଖରେ ସବୁକିଛି ଅଛି ହେଲେ ସେ କଣ ପାଇଁ ଡିପ୍ରେସନରେ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଇରାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ କିଛି ଲୋକ ଭଲ ବୋଲି କହୁଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ନେଇ ତାଙ୍କୁ ଟ୍ରୋଲ କରିଛନ୍ତି।

Comment