ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଦଳ ବାଲେଶ୍ୱରର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଓ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ନଭେମ୍ବର ୩ ତାରିଖରେ ଏହି ଦୁଇ ଆସନରେ ଉପ-ନିର୍ବାଚନ ହେବାକୁ ଅଛି। ଏହାପୂର୍ବରୁ ପ୍ରଥମ ଦଳ ଭାବେ ବିଜେପି ଆଜି ନିଜର ପ୍ରାର୍ଥୀ ଘୋଷଣା କରିଛି।

ବାଲେଶ୍ୱରର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ସେଠାରେ ଉପ ନିର୍ବାଚନ ହେଉଛି। ତେଣୁ ବିଜେପି ତାଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରି ଏଠାରେ ଅନୁକମ୍ପାମୂଳକ ଭୋଟ ସାଉଁଟିବାକୁ ଲକ୍ଷ୍ୟ ରଖିଛି।

ସେହିପରି ତିର୍ତ୍ତୋଲରେ ମଧ୍ୟ ଦଳ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି। ରାଜକିଶୋର ଗତ କିଛି ଦିନ ତଳେ କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିଥିଲେ। ତେଣୁ ତାଙ୍କୁ ପ୍ରାର୍ଥୀ କରି ଦଳ ଉଭୟ କଂଗ୍ରେସ ଓ ବିଜେପି ଭୋଟରଙ୍କ ସମର୍ଥନ ହାତେଇପାରିବ ବୋଲି କୁହାଯାଉଛି।

 

Comment