ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ୱରର ପ୍ରାର୍ଥୀ ଭାବେ ଦଳ ସ୍ୱରୁପ କୁମାର ଦାସଙ୍କୁ ବାଛିଛି।

ନଭେମ୍ବର ୩ ତାରିଖରେ ଏହି ଦୁଇ ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଗତକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ଏହାର ଗୋଟିଏ ଦିନ ପରେ ଆଜି ବିଜେଡି ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିଛି।ତିର୍ତ୍ତୋଲର ବିଧାୟକ ବିଷ୍ଣ ଦାସଙ୍କ ପରଲୋକ ପରେ ସେଠାରେ ଉପ ନିର୍ବାଚନ ହେଉଛି। ତେଣୁ ଦଳ ତାଙ୍କର ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ସାଉଁଟି ବାକୁ ଲକ୍ଷ୍ୟ ରଖିଛି।

ସେହିପରି ବାଲେଶ୍ୱରରେ ପ୍ରାର୍ଥୀକୁ ନେଇ ଅନେକ ନେତା ରେସରେ ଥିଲେ। ତେଣୁ ଦଳ ନୂଆ ଚେହେରା ଭାବେ ସ୍ୱରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରି ଆଗକୁ ଆଣିଛି।

Comment