ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ସେହି ପରିବାରର ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି।

ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଘଟିଛି ଏହି ଘଟଣା। ମୃତ୍ୟୁ ହୋଇଥିବା ୩ ପିଲା ହେଉଛନ୍ତି ସୁକାନ୍ତି ମାଡ଼ି (୧୨), ସୀତାରାମ ମାଡ଼ି (୭) ଏବଂ ଅଞ୍ଜଳି ମାଡ଼ି (୩)। ଏଥିସହିତ ତାଙ୍କ ମା’ ଏବଂ ଆଉ ଜଣେ ଭଉଣୀ ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି।

ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଝାଡ଼ା ବାନ୍ତି ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରିଛନ୍ତି। ସେହିପରି ଜଙ୍ଗଲୀ କନ୍ଦା କିମ୍ବା ଚେର ଖାଇ ଏମାନଙ୍କ ଜୀବନ ଯାଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comment