ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଇଖାନା ଘରେ ସ୍ତ୍ରୀଙ୍କୁ ଦେଢ଼ ବର୍ଷ ହେଲା ବନ୍ଦ କରି ରଖିଥିଲେ ସ୍ୱାମୀ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ହରିୟାଣାର ପାନିପତ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ପାନିପତ ଜିଲ୍ଲାର ନରେଶ କୁମାର ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଇ ପାଇଖାନା ଘରେ ବନ୍ଦୀ କରି ରଖିଥିଲେ। ଏଥିସହିତ ସେ ତାଙ୍କ ସ୍ତ୍ରୀ ମାନସିକ ବିକୃତ ବୋଲି ସମସ୍ତଙ୍କୁ କହୁଥିଲେ। କୌଣସି ମତେ ଖବର ପାଇବା ପରେ ବୁଧବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ପୋଲିସ ଟିମ୍‌ ସହ ସେଠାରେ ପହଞ୍ଚି ୩୫ ବର୍ଷୀୟ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ। ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ତାଙ୍କୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଗୋଟିଏ ପଟେ ମହିଳାଙ୍କ ସ୍ୱାମୀ ତାଙ୍କୁ ମାନସିକ ବିକୃତ କହୁଥିଲା ବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି। ମହିଳା ଜଣଙ୍କ ମାନସିକ ଭାବେ ଠିକ୍ ଅଛନ୍ତି ବୋଲି ସେ କହିଛନ୍ତି। ଏଥିସହିତ ମହିଳାଙ୍କ ସ୍ୱାମୀ ନରେଶ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Comment