ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମୁକାବିଲା। କାହିଁକି ନା ଆଜି କ୍ରିକେଟ୍ ମଇଦାନ୍‌ରେ ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭.୩୦ରେ ଏହି ମ୍ୟାଚ୍ ଶାହାର୍ଜା ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଦୁଇଟି ଯାକ ଦଳ ଏଯାବତ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଖାସ୍ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ ଆଇପିଏଲ୍ ମଇଦାନ୍‌ରେ ନିଜ ଯାଦୁ ଦେଖାଉଛନ୍ତି। ଆରମ୍ଭରୁ ଟିକେ ଫିକା ପଡ଼ିଯାଇଥିଲେ ମଧ୍ୟ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବେ ପର୍ମକୁ ଫେରିଛି। ତେଣୁ କାଲିର ଏହି ସୁପର ମୁକାବିଲାରେ କିଛି ନୂଆ ଦେଖିବାକୁ ମିଳିପାରେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।

Comment