ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଭେଟେରାନ କଣ୍ଠଶିଳ୍ପୀ କୁମାର ସାନୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।

କୁମାର ସାନୁଙ୍କ ପରିବାର ଆମେରିକାର ଲସ୍ ଏଞ୍ଜେଲସରେ ରହୁଥିବା ବେଳେ କରୋନା କଟକଣା ପାଇଁ ଦୀର୍ଘ ୯ମାସ ହେବ ସେ ତାଙ୍କ ପରିବାରକୁ ଭେଟି ପାରି ନାହାନ୍ତି। ବୁଧବାର ଏଥିପାଇଁ ସେ ଆମେରିକା ଯାଇ ପରିବାରକୁ ଭେଟିବାକୁ ଯୋଜନା କରିଥିଲେ।

ଅକ୍ଟୋବର ୨୦ରେ ତାଙ୍କ ଜନ୍ମଦିନ ପଡୁଥିବାରୁ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଜନ୍ମଦିନ ପାଳନ କରିବାକୁ ମଧ୍ୟ ଯୋଜନା କରିଥିଲେ। କିନ୍ତୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଏହାକୁ ବାତିଲ କରିବାକୁ ପଡ଼ିଛି।

Comment