ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା। ଆସନ୍ତା ୨୪ ତାରିଖ ଯାଏଁ ଏହି ରଥଯାତ୍ରା ଅନୁଷ୍ଠିତ ହେବ।  କେବଳ ସେବାୟତ ଓ ପୋଲିସଙ୍କ ଦ୍ୱାରା ରଥଯାତ୍ରା ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରାରେ ଗହଳିକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯାଇଛି।

ଏହାପୂର୍ବରୁ ଶୁକ୍ରବାର ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ ନାହିଁ।

ପ୍ରତିବର୍ଷ ନଅ ଦିନ ବ୍ୟାପି ପ୍ରତିଦିନ ଅପରାହ୍‌ଣରେ ମା’ ବିରଜା ସୁସଜ୍ଜିତ ରଥରେ ବସି ମନ୍ଦିର ପରିକ୍ରମଣ କରନ୍ତି। ଏହି ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗେ। ଏ ବର୍ଷ କରୋନା କଟକଣା ପାଇଁ ଏହି ଉତ୍ସବ ଫିକା ପଡ଼ିଛି।

କରୋନା ପାଇଁ ରାଜ୍ୟର ସମସ୍ତ ପର୍ବପର୍ବାଣୀ ଫିକା ପଡ଼ିଯାଇଥିବା ବେଳେ ଯାଜପୁର ପ୍ରସିଦ୍ଧ ମା’ ବିରଜାଙ୍କ ରଥଯାତ୍ରା ଆୟୋଜନ ହେବାକୁ ନେଇ ଦ୍ଵନ୍ଦ୍ୱ ରହିଥିଲା। ତେବେ କିଛିଦିନ ପୂର୍ବେ ହାଇକୋର୍ଟ ଯାଜପୁର ରଥଯାତ୍ରାକୁ କୋଭିଡ କଟକଣା ମଧ୍ୟରେ ଆୟୋଜନ କରିବାକୁ ଅନୁମତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here