ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିବ ଏକ ସୁପର୍‌ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି କ୍ରିକେଟ୍ ରଣଭୂମିରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାହାର୍ଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ।

ଆଇପିଏଲ୍‌ରେ ଦୁଇଟି ଯାକ ଦଳ ଏଯାବତ୍ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି। ଖାସ୍ କରି ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଖେଳାଳିମାନେ ଆଇପିଏଲ୍ ମଇଦାନ୍‌ରେ ନିଜ କ୍ରିକେଟ୍‌ ଯାଦୁ ଦେଖାଇଛନ୍ତି। ଅନ୍ୟପଟେ ଆଇପିଏଲ୍‌ର ଅନ୍ୟତମ ଶକ୍ତିଶାଳୀ ଟିମ୍‌ ଚେନ୍ନାଇ ସୁପର୍ କିଙ୍ଗ୍ସ ଆରମ୍ଭରୁ ଟିକେ ଫିକା ପଡ଼ିଯାଇଥିଲେ ସୁଦ୍ଧା ଏବେ ପୁଣି ଫର୍ମକୁ ଫେରିଛି। ତେଣୁ ଆଜିର ଏହି ଦମ୍‌ଦାର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅମିତ୍ ମିଶ୍ରା, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

Comment