ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ପାଇଁ ଗୌରବ ଆଣିବେ ଓଡ଼ିଆ ଝିଅ। ମିଆଁମାରରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିୟୁଟି ପିଜାଣ୍ଟ ଲିଟିଲ ମିସ୍‌ ପେସିଫିକ୍‌ ଓ୍ୱାର୍ଲ୍ଡ ୨୦୨୧’ରେ ଭାରତକୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ ଅନିଶା ମେହର। ଭାରତର ଶହ ଶହ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ଏକମାତ୍ର ପ୍ରତିଯୋଗୀ ଭାବେ ଏହି ସୋ’ ପାଇଁ ମନୋନୀତ ହୋଇଛନ୍ତି।

ଅନିଶା ଏବେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ତାଙ୍କର ନୃତ୍ୟ, ଗୀତ ଓ ଚିତ୍ରକଳା ଆଦିରେ ବେଶ ରୁଚି ରହିଛି। ଏବେ ସେ ବୌଦ୍ଧରେ ଥିବା ପ୍ରଣାମ  ନୃତ୍ୟ ଏକାଡେମୀରୁ ନୃତ୍ୟ ଶିକ୍ଷା କରୁଛନ୍ତି।

ଲକ୍‌ଡାଉନ ମଧ୍ୟରେ ଏକ ଅନଲାଇନ୍‌ ଫ୍ୟାସନ ସୋ’ରେ ଅନିଶା ଅଡିସନ ଦେଇଥିଲେ। ଏହିଠାରୁ ସେ  ମନୋନୀତ ହୋଇଥିଲେ। ମନୋନୀତ ହେବା ପରେ ଏହି ଅନ୍ତର୍ଜାତୀୟ ସୋ’ ପାଇଁ ବେଶ ପରିଶ୍ରମ କରୁଛନ୍ତି ଅନିଶା। ସଫଳତା ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ବିଶ୍ୱର ୩୫ଟି ଦେଶର ପ୍ରତିଯୋଗୀ ଏହି ସୋ’ରେ ଭାଗ ନେବେ। ଏହା ୯୦ଟି ଦେଶରେ ସିଧା ପ୍ରସାରଣ ହେବ। ବିଜେତାଙ୍କୁ ନଗଦ ପୁରସ୍କାର ସହିତ ମୁକୁଟ ତଥା ବିଜ୍ଞାପନ ପାଇଁ ଅଫର ଦିଆଯିବ।

Comment