ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାସୁଦେବପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାସୁଦେବପାଲି ଏକ ଗଛରେ ପିଟି ହୋଇ ବସ୍ ଓଲଟି ପଡ଼ିଛି। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଗୁରୁତରଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଶନିବାର ରାତିରେ ‘ମିଶ୍ର’ ବସଟି ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ପାଖାପାଖି ଭୋର ୪ଟା ବେଳକୁ ବସଟି ହଠାତ ଗଛରେ ପିଟି ହୋଇଥିଲା।

ସୌଭାଗ୍ୟବଶତଃ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ପ୍ରାଣହାନି ହୋଇନାହିଁ। ତେବେ କେଉଁ କାରଣରୁ ଦୁର୍ଘଟଣା ହେଲା ତାହା ଜଣାପଡ଼ିନାହିଁ।

Comment