ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ଉନ୍ନତିକରଣ କାର୍ଯ୍ୟ କିପରି ଚାଲୁ ରହିଛି ସେନେଇ ପଚାରି ବୁଝିଛନ୍ତି।

ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି। ଏଥିସହ ଅନେକ ପ୍ରକଳ୍ପ ବିଷୟରେ ମଧ୍ୟ ପଚାରିବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଖୁବଶୀଘ୍ର ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳାଯିବ ବୋଲି ସେ କହିଛନ୍ତି।

ଦେଢ଼ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନେଇଥିଲେ। ଏହାଦ୍ୱାରା ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପରିଧି ଅଞ୍ଚଳକୁ ଉଚ୍ଛେଦ କରାଯିବା ସହିତ ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି। ଶନିବାର ଏହି କାମ କିପରି ଚାଲିଛି ସେନେଇ ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comment