ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ବିରାଟ ବାହିନୀ। ବିରାଟ କୋହଲିଙ୍କ ଦଳ ଷ୍ଟିଭ୍ ସ୍ମିଥଙ୍କ ଦଳକୁ ଆଜି ୭ ୱିକେଟରେ ହରାଇଦେଇଛି। ଏଥିସହ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି।

ପ୍ରଥମେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯାହାକୁ ସଠିକ୍ ସାବ୍ୟସ୍ତ କରଥିଲେ ରବିନ ଉଥାପା। ଷ୍ଟୋକସଙ୍କ ସହ ମିଶି ରବିନ ୫୦ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଏହାପରେ କିନ୍ତୁ ସଞ୍ଜୁ ସାସସନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଏହାସତ୍ତ୍ୱେ ମଧ୍ୟ ସ୍ମିଥଙ୍କ ୫୭ ରନ୍ ବଳରେ ରାଜସ୍ଥାନ ୧୭୭ ରନ୍ କରିପାରିଥିଲା। ଆରସିବି ପକ୍ଷରୁ କ୍ରିସ୍ ମୋରିସ ସର୍ବାଧିକ ୪ଟି ୱିକେଟ୍ ନେଇ ସଫଳ ବୋଲର ହୋଇଥିଲେ।ଏହାପରେ ବ୍ୟାଟିଂ ଆରମ୍ଭ କରିଥିବା ଆରସିବି ପାଇଁ ପୁଣିଥରେ ଭଲ ଇଂନିସ ଖେଳିଥିଲେ କ୍ୟାପଟେନ୍ କୋହଲି ଓ ଡିଭିଲିୟର୍ସ। ଦୁଇ ଜଣଙ୍କ ଚତ୍ମକାର ଇଂନିସ ବଦଳରେ ଦଳ ଚତ୍ମକାର ବିଜୟ ହାସଲ କରିପାରିଥିଲା।

 

Comment