ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଟ୍ରାଫିକ ପୋଲିସଙ୍କ ଦାୟିତ୍ୱ ଲୋକଙ୍କୁ ରାସ୍ତା ପାର କରାଇବା ଓ ଟ୍ରାଫିକ ସମ୍ଭାଳିବା। କିନ୍ତୁ କଟକ ଶିଖରପୁର ଟ୍ରାଫିକ ଛକ ନିକଟରେ ଜଣେ ଟ୍ରାଫିକ ପୋଲିସଙ୍କୁ ରାସ୍ତାରେ ଝାଡ଼ୁ ମାରୁଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାସ୍ତାରେ ଝାଡ଼ୁ ମାରି ଚର୍ଚ୍ଚାରେ ଥିବା ଏହି ଟ୍ରାଫିକ ପୋଲିସ ହେଲେ ଲଳିତ ରାଉତ। ଜଣେ ଟ୍ରାଫିକ ପୋଲିସ ହୋଇ ସେ ରାସ୍ତା କାହିଁକି ଝାଡ଼ୁ କରୁଥିଲେ ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ଦୁର୍ଘଟଣା ରୋକିବାକୁ ରାସ୍ତାରେ ଝାଡୁ ମାରିଛନ୍ତି ବୋଲି କହିଛନ୍ତି ନିଜେ ଲଳିତ।

ଲଲିତଙ୍କ କହିବା କଥା ସେହି ରାସ୍ତାରେ ବହୁ ସଂଖ୍ୟାରେ ଗୋଡ଼ି ପଡ଼ିଥିଲା। ଗୋଡ଼ି ଯୋଗୁଁ ଲୋକେ ବ୍ରେକ ମାରିବା ସମୟରେ ଦୁର୍ଘଟଣାର ଶିକାର ହେଉଥିଲେ। ଏକ ଜନଗହଳି ପୂର୍ଣ୍ଣ ରାସ୍ତା ହୋଇଥିବାରୁ ଆଗକୁ କେମିତି ଆଉ ଅଧିକ ଦୁର୍ଘଟଣା ନଘଟିବ ଏଥିପାଇଁ ସେ ରାସ୍ତାରେ ଗୋଡ଼ି ହଟାଇବାକୁ ଝାଡ଼ୁ ମାରିଥିଲେ।

Comment