ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୬ ବର୍ଷ ଭିତରେ ଦେଶରେ ୭ଟି ଆଇଆଇଏମ୍, ୧୫ଟି ଏମ୍ସ, ୬ଟି ଆଇଆଇଟି ଓ ୧୬ଟି ନୂଆ ଆଇଆଇଆଇଟି ସ୍ଥାପନା ହୋଇଛି। ଯାହା ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ ଆଗକୁ ବଢୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଆଜି ମହୀଶୂର ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ପାଳନ ହେଉଥିଲା। ଏଥିରେ ଭିଡିଓ କନଫେରନ୍ସି ଜରିଆରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏଥିରେ ଯୋଗଦେଇ ମୋଦୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ଏହି ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।୨୦୧୪ ପୂର୍ବରୁ ଦେଶରେ ମୋଟ ୬ଟି ଏମ୍ସ ଥିଲା। ହେଲେ ଏବେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେହିପରି ୨୦୧୪ ପୂର୍ବରୁ ଦେଶରେ ମାତ୍ର ୧୩ଟି ଆଇଆଇଏମ୍ ଥିଲା। ଯାହାର ସଂଖ୍ୟା ଏବେ ବୃଦ୍ଧି ଘଟିଛି ବୋଲି ମୋଦୀ କହିଛନ୍ତି।

କେବଳ ଶିକ୍ଷା ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ଦେଶ ଆଗକୁ ବଢ଼ୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ କୃଷି ନୀତି ବେଶ ସହାୟକ ହେବ ବୋଲି ମୋଦୀ କହିଛନ୍ତି। ଦେଶର ଶ୍ରମିକମାନଙ୍କ ପାଇଁ ଶ୍ରମ ସଂସ୍କାର ବେଶ ଲାଭବାନ ହେବ ବୋଲି ମୋଦୀ ତାଙ୍କର ଅଭିଭାଷଣରେ ମତ ରଖିଛନ୍ତି।

ଭାରତକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଚେଷ୍ଟା ଜାରି ରଖିଛନ୍ତି। ଏଥିପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ନୂଆ ସଂସ୍ଥା ଗଠନ ସହିତ ପୁରୁଣା ସଂସ୍ଥାଗୁଡ଼ିକରେ ଅନେକ ସୁଧାର ଅଣାଯାଉଛି ବୋଲି ମୋଦୀ କହିଛନ୍ତି।

Comment