ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ। ଏହି ମ୍ୟାଚକୁ ଜିତି ଦୁଇଟି ଯାକ ଦଳ ପଏଣ୍ଟ ଟେବୁଲରେ ନିଜକୁ ଉପରକୁ ଆଣିବାକୁ  ଲକ୍ଷ୍ୟ ରଖିଛନ୍ତି। ତେଣୁ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଚେନ୍ନାଇ ପାଇଁ ୱାଟସନ୍ ଓ ଡୁ ପ୍ଲେସିସ୍ ବଡ଼ ଇଂନିସ ଖେଳିଲେ ହିଁ ଦଳ ଲାଭରେ ରହିପାରିବ। ଏଥିସହ ପାୱାର ପ୍ଲେରେ ଦୀପକ ଚହର ଓ ସାମ୍ କରନ୍ ୱିକେଟ୍ ଆଣିପାରିଲେ ଦଳ ପାଇଁ ଲାଭବାନ ହେବ। ସେହିପରି ରାଜସ୍ଥାନ ମଧ୍ୟ ଏହି ମ୍ୟାଚ ଜିତି ନିଜକୁ ପଏଣ୍ଟ ଟେବୁଲର ଶେଷ ସ୍ଥାନରୁ ଉଦ୍ଧାର କରିବାକୁ ଚେଷ୍ଟା କରିବ।

ପଏଣ୍ଟ ଟେବୁଲରେ ଏବେ ଏହି ଦୁଇ ଦଳ ଶେଷ ଦୁଇ ସ୍ଥାନରେ ରହିଛନ୍ତି। ସିଏସକେ ସପ୍ତମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଅଷ୍ଟମ ସ୍ଥାନରେ ରହିଛି। ଯେଉଁ ଦଳ ଏହି ମ୍ୟାଚକୁ ଜିତିବ ସେହିଦଳ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଯିବ। ତେଣୁ ଆଜିର ମ୍ୟାଚ୍ ଜିତିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

ରାଜସ୍ଥାନ ରୟାଲ୍ସ 

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

Comment