ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପୁଣିଥରେ ମୋଦୀ ସରକାର। ଦେଶର ଜିଡିପି ଓ କରୋନା ମୃତ୍ୟୁକୁ ନେଇ ରାହୁଲ ଏକ ତଥ୍ୟକୁ ଆଜି ଟୁଇଟରେ ସେଆର କରିବା ସହିତ କେନ୍ଦ୍ର ସରକାର ଉପରେ ପୁଣିଥରେ ବର୍ଷିଛନ୍ତି।

ରାହୁଲଙ୍କ ଏହି ଟୁଇଟରେ ଦେଖାଯାଇଛି ଯେ, ଭାରତର ଜିଡିପି ଅଭିବୃଦ୍ଧି -୧୦.୩ ପ୍ରତିଶତ ରହିଛି। ଯାହାକି ବାଂଲାଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନଠାରୁ ବି କମ୍। ବାଲାଂଦେଶର ଜିଡିପି ଅଭିବୃଦ୍ଧି ୩.୮ ପ୍ରତିଶତ ଥିବାବେଳେ ଚୀନର ଜିଡିପି ଅଭିବୃଦ୍ଧି ୧.୯ ଓ ଭିଏତନାମର ୧.୬ ପ୍ରତିଶତ ରହିଛି। ହେଲେ ଭାରତର ଜିଡିପି ଅଭିବୃଦ୍ଧି ଏହାଠାରୁ ବହୁ ପଛରେ ରହିଛି।

ସେହିପରି କୋଭିଡ୍ ମୃତ୍ୟୁ ନିୟନ୍ତ୍ରଣରେ ମଧ୍ୟ ଭାରତ ବହୁ ପଛରେ ରହିଛି ବୋଲି ଏହି ତଥ୍ୟରେ କୁହାଯାଇଛି। ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ୮୩ ଜଣଙ୍କର ପ୍ରାଣହାନି ଘଟିଛି। ହେଲେ ବାଲାଂଦେଶ, ଚୀନ୍, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଏହି ସଂଖ୍ୟା ଢେର କମ୍ ବୋଲି କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ଅକ୍ଟୋବର ୧୪ ତାରିଖରେ ରାହୁଲ ଭାରତ, ବାଲାଂଦେଶ ଓ ନେପାଳର ଅର୍ଥବ୍ୟବସ୍ଥାକୁ ତୁଳନା କରି ଏକ ଟୁଇଟ କରିଥିଲେ। ଯେଉଁଥିରେ ବାଲାଂଦେଶରେ ଭାରତଠାରୁ ଜିଡିପି ଅଭିବୃଦ୍ଧି ଅଧିକ ଥିବା ସେ ଲେଖିଥିଲେ।

Comment