ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ବନ୍ଦ ପଡ଼ିଥିବା ଘରୋଇ କ୍ରିକେଟ୍ ପାଇଁ ଆସିଛି ଖୁସି ଖବର। ୨୦୨୧ ମସିହା ଜାନୁଆରୀ ପହିଲାରୁ ଦେଶରେ ରଣଜୀ ଟ୍ରଫି ଆରମ୍ଭ ହୋଇପାରେ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।

ପୂର୍ବଭଳି ଜୋନ୍ ଭିତ୍ତିରେ ଏଥର ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଯେଉଁଥିରେ ୩୮ ଦଳ ଭାଗନେବେ। ଏହି ଦଳମାନଙ୍କୁ ୬ଟି ଜୋନରେ ବିଭକ୍ତ କରାଯିବ। ଜୋନ୍ ଭିତ୍ତିରେ ମ୍ୟାଚ୍ ଖେଳାଯିବା ପରେ ନକଆଉଟ୍ ପର୍ଯ୍ୟାୟ ଆରମ୍ଭ ହୋଇ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।ତେବେ ମ୍ୟାଚ୍ କେଉଁ କେଉଁ ଷ୍ଟାଡିୟମ ଓ କେଉଁ ସହରରେ ଖେଳାଯିବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ। ଯେଉଁ ସ୍ଥାନରେ ଷ୍ଟାଡିୟମ ରହିବା ସହିତ ହୋଟେଲ୍ ବ୍ୟବସ୍ଥା ଓ ପାଖରେ ସ୍ୱାସ୍ଥ୍ୟ ସୁବିଧା ଥିବ ସେଠାରେ ରଣଜୀ ମ୍ୟାଚ୍ ଖେଳାଯିବ ବୋଲି କୁହାଯାଇଛି। ରଣଜୀ ଟ୍ରଫି ଆୟୋଜନ ହେବା ପରେ ବିସିସିଆଇର ଅନ୍ୟ ଘରୋଇ ମ୍ୟାଚ ସବୁ ମାର୍ଚ୍ଚରୁ ଏପ୍ରିଲ୍ ଭିତରେ ଖେଳାଯାଇପାରେ।

Comment