ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିସନରେଟ ପୋଲିସ। ସୁରକ୍ଷା ପାଇଁ ସହରରେ ଏଥର ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହିତ ୧୦୦ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ଵରେ ରହିବେ। ମୂର୍ତ୍ତି ବିସର୍ଜନ ପାଇଁ ଦେବୀଗଡ଼ା ସମେତ ସହରରେ ୧୪ଟି ସ୍ଥାନ ଚିହ୍ନଟ ହୋଇଛି। ଦୁର୍ଗାପୂଜା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

କରୋନା ମହାମାରୀ ସମୟରେ କଟକରେ କିପରି ଦୁର୍ଗାପୂଜା ସୁରୁଖୁରୁରେ ଆୟୋଜନ କରାଯିବ ସେ ନେଇ ମଙ୍ଗଳବାର ମହାନଦୀବିହାରରେ ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ଦୁର୍ଗାପୂଜାରେ କୋଭିଡ ଗାଇଡଲାଇନ ପାଳନ କରାଯାଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କିପରି ଗୁରୁତ୍ଵ ଦିଆଯାଇ ପାରିବ ସେ ବାବଦରେ ଏହି ବୈଠକରେ ଆଲୋଚନା କରାଯାଇଛି।

“ଦୁର୍ଗାପୂଜା ସମୟରେ କୋଭିଡ ଗାଇଡଲାଇନ ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ସହରର ଜନଗହଳି ସ୍ଥାନଗୁଡ଼ିକରେ କୋଭିଡ ଗାଇଡଲାଇନ ଯେପରି ଉଲ୍ଲଘଂନ ସେ ନେଇ ଆମେ ଧ୍ୟାନ ଦେବୁ। ଯେଉଁ ଲୋକମାନେ ଦୋକାନ ବଜାରକୁ କିଣାକିଣି କରିବାକୁ ଆସୁଛନ୍ତି ସେମାନଙ୍କ ମଧ୍ୟରେ କିପରି ସାମାଜିକ ଦୂରତା ରହିବ ସେ ବିଷୟରେ ଆମେ ନଜର ରଖିବୁ”, କହିଛନ୍ତି କଟକ ଡିସିପି ପ୍ରତୀକ ସିଂ।

Comment